ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ
by Argus News
Sun, May 19 | 1:43 p.m.

ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫) ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ  ୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ ଟି ସଖୀ ବୁଥ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ । ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି ।

ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି । ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିସଙ୍ଗ ପାର୍ଟିମାନକୁ  ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି  । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁତରେ ପାନିୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଯାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା